ଝାରସୁଗୁଡ଼ାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର

0

ଝାରସୁଗୁଡ଼ାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛି ମୃତଦେହ । ଏଥିପାଇଁ ଝାରସୁଗୁଡ଼ା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ରବିବାର ସକାଳୁ ସରକାରୀ ବାସଭବନରେ ରହିଥିଲା ନବ ଦାସଙ୍କ ପାର୍ଥିବ ଶରୀର । ସେଠାରୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା ପାର୍ଥିବ ଶରୀର । ଏହାପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛି ମରଶରୀର । ନବ ଦାସଙ୍କ ପାର୍ଥିବ ଶରୀର ଝାରସୁଗୁଡ଼ା ବେହେରାମାଲ କିଷାନ ଛକ ଠାରୁ ବାହାରି ମନମୋହନ ଏମ. ଇ. ସ୍କୁଲ ପଡ଼ିଆରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହା ପରେ ଅପରାହ୍ନ ୩ଟାରେ ଝାରସୁଗୁଡ଼ାର ଖେରୁଆଲ ଠାରେ ଅନ୍ତିମ ସଂସ୍କାର କରାଯିବ। ପୁରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ନବ ଦାସଙ୍କ ସରକାରୀ ବାସଭବନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତା ଓ ମନ୍ତ୍ରୀ ଅନ୍ତିମ ଦର୍ଶନ କରିଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ନବ ଦାସଙ୍କୁ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି ।

Leave a comment