ଭାରତ ଆଫଗାନିସ୍ତାନରୁ ୫୦ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଲା

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ ବୃଦ୍ଧି ସହିତ ସୁରକ୍ଷା ବ୍ୟବସ୍ଥା ଖରାପ ହେବାରେ ଲାଗିଛି । ଦକ୍ଷିଣ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ତାଲିବାନ କବଜା କରିବା ପରେ ଭାରତ ଏହାର ୫୦ ଜଣ କୂଟନୀତିଜ୍ଞ ଏବଂ ସୁରକ୍ଷାକର୍ମୀଙ୍କୁ ସେଠାରୁ ଫେରାଇ ଆଣିଛି । କାନ୍ଦାହାର ବାଣିଜ୍ୟ ଦୂତାବାସରେ ରହୁଥିବା ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟର ସହାୟତାରେ ଭାରତୀୟ ବାୟୁସେନା ଦ୍ୱାରା ସେଠାରୁ ଭାରତକୁ ଅଣାଯାଇଛି । ସୂଚନାରୁ ପ୍ରକାଶ ଯେ, କାନ୍ଦାହାର ସ୍ଥିତ ଦୂତାବାସରୁ ଭାରତୀୟ କୂଟନୀତିଜ୍ଞ ଓ ଅନ୍ୟମାନଙ୍କୁ ବାହାର କରିବା ପାଇଁ ଭାରତୀୟ ବାୟୁସେନାର ଏକ ସୂତନ୍ତ୍ର ବିମାନ କାବୁଲ ଯାଇଥିଲା । ଗତକାଲି ରାତିରେ ଦୂତାବାସରେ ଥିବା ସମସ୍ତ ଭାରତୀୟଙ୍କୁ ଭାରତକୁ ଫେରାଇ ଅଣାଯାଇଛି ।

Leave a comment