ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋନୁ ସୁଦ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବମ୍ବେ ହାଇକୋର୍ଟଙ୍କ ରାୟ ପ୍ରତିବାଦରେ ବଲିଉଡ ଅଭିନେତା ସୋନୁ ସୁଦ୍ ଇତିମଧ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋନୁ କୁଆଡେ ବିଏମସିର (ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ)ର ବିନା ଅନୁମତିରେ ଓ ବେଆଇନଭାବେ ମୁମ୍ବାଇର ଜୁହୁଠାରେ ଥିବା ନିଜ ବାସଭବନର ଆଧୁନିକୀକରଣ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏଥିପାଇଁ ବିଏମ୍ସି ପକ୍ଷରୁ ସୋନୁଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା। ସୋନୁ ଏହାକୁ ବିରୋଧ କରି ହାଇକୋର୍ଟରେ ପିଟିସନ ଦାଏର କରିଥିଲେ ସୁଦ୍ଧା ବିଏମସି ସପକ୍ଷରେ ରାୟ ପ୍ରକାଶ ପାଇଥିଲା। ବିଏମସିର ପ୍ରାକ୍ ଅନୁମତି ଥିବା ସତ୍ତେ୍ୱ ବିଏମସି କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକଭାବେ ତାଙ୍କୁ ହଇରାଣ କରୁଥିବା ଏବଂ ହାଇକୋର୍ଟ ଏକପାଖିଆ ନିଷ୍ପତ୍ତି ଶୁଣାଇ ଥିବା ଅଭିଯୋଗ କରି ସୋନୁ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।