ପଞ୍ଜାବରେ ସେକ୍ସ ରାକେଟ ଠାବ, ୭୦ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବ ପୁଲିସ ପକ୍ଷରୁ ମୋହାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଜୁଆ ଆଡ୍ଡା ଓ ସେକ୍ସ ର୍ୟାକେଟ ଠାବ କରାଯାଇଥିବାବେଳେ ୭୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୧୦ ଜଣ ଦେହଜୀବୀ ସାମିଲ ଅଛନ୍ତି। ପୁଲିସ ୪୭ଟି ବାଇକ୍ ଓ କାର୍ ସମେତ ନଗଦ ୮.୫ ଲକ୍ଷ ଟଙ୍କା, ୪୦ଟି ବିଦେଶୀ ମଦ ବୋତଲ, ତାସ୍ମୁଠା, ଲ୍ୟାପଟପ୍ ମଧ୍ୟ ଜବତ କରିଛି। ଜାନୁଆରୀ ୩୦ ମଧ୍ୟରାତ୍ରରେ ଏଭଳି ଅପ୍ରତ୍ୟାଶିତ ଚଢଉ ଯୋଗୁଁ ଅଭିଯୁକ୍ତମାନେ ପଳାଇବାକୁ ସୁଯୋଗ ପାଇନଥିଲେ।

Leave a comment