ଓଡ଼ିଶାରେ ପ୍ରଥମ ଥର ପାଇଁ ତିଆରି ହେବ ସେମିକଣ୍ଡକ୍ଟର; ୧ ହଜାର କୋଟିର ପୁଞ୍ଜି ନିବେଶ କରିବ ସିଲିକନ୍ ପାୱାର ଗ୍ରୁପ

0

ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ):ଓଡ଼ିଶାରେ ପ୍ରଥମ ଥର ପାଇଁ ତିଆରି ହେବ ସେମିକଣ୍ଡକ୍ଟର । ରାଜ୍ୟରେ ୧୫୦ ଏମଏମ କ୍ଷମତା ସମ୍ପନ୍ନ ସିଲିକନ କାର୍ବାଇଡ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି ଆମେରିକାର ସିଲିକନ ପାୱାର ଗ୍ରୁପ୍ । ଗ୍ରୁପ୍ ର ଭାରତୀୟ ସହଯୋଗୀ ଆରଆଇଆର ପାୱାର ଇଲେକଟ୍ରୋନିକ୍ସ ଏଥିପାଇଁ ପୁଞ୍ଜି ଖଟାଇବ । ଓଡ଼ିଶାରେ କମ୍ପାନୀ ନିବେଶ କରିବ ୧୦୦୦ କୋଟି ।

ଆମେରିକା ଗସ୍ତରେ ଥିବା ଓଡ଼ିଶା ପ୍ରତିନିଧି ଦଳ ସହ ସିଲିକନ ପାୱାର ଗ୍ରୁପ୍ ପ୍ରମୋଟର ଡ. ହର୍ଷଦ ମେହେଟ୍ଟା ଏ ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ପରେ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ଦେଇଛନ୍ତି ।

ଆସନ୍ତା ମାସ ଭିତରେ ନିଜେ ଡ. ମେହେଟ୍ଟା କମ୍ପାନୀ ପ୍ରତିନିଧି ଦଳ ଓଡ଼ିଶା ଆସିବେ । ଓଡ଼ିଶାରେ ପ୍ଲାଣ୍ଟ ୧୮ରୁ ୨୪ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ଉନ୍ନତ ଜ୍ଞାନକୌଶଳ ଏବଂ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ କ୍ଷେତ୍ରରେ ଓଡ଼ିଶା ପାଇଁ ଏହା ଆଉ ଏକ ମାଇଲଖୁଣ୍ଟ ହେବ । ଆଖିଦୃଶିଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ କୁହାଯାଇଛି ।

ସୂଚନାଥାଉକି, ଆମେରିକା ଗସ୍ତରେ ଥିବମ୍ପ୍ରତିନିଧି ଦଳରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିସନର ଶ୍ରୀମତୀ ଅନୁ ଗର୍ଗ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ କ୍ରିଷ୍ଣା ପ୍ରମୁଖ ସାମିଲ ଅଛନ୍ତି ।

Leave a comment