ଏସ୍ସିବି ମେଡିକାଲ୍ କଲେଜ ଏକ ମିନି ଇଣ୍ଡିଆ: ଦ୍ରୌପଦୀ ମୁର୍ମୁ
କଟକକୁ ବିଶ୍ଵ ପ୍ରସିଦ୍ଧ ପାଇଁ ଏସ୍ସିବିର ମହତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଏବଂ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍ସିବି ମେଡିକାଲ୍ କଲେଜ ଏକ ମିନି ଇଣ୍ଡିଆ। ମୋ ବିଚାରରେ ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ ବୋଲି ଏସ୍ସିବି ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସେ କହିଛନ୍ତି, ଡାକ୍ତର, ଶିକ୍ଷକ ଏବଂ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି। ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦୀ ହେବା ଆବଶ୍ୟକ। ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ। ଯେ କେହି ଲୋକଙ୍କ ସେବା କରି ପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରି ପାରିବେନି। କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରି ପାରିବେ। ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢିଛି। ମାତୃ ଶିଶୁ ମୃତ୍ୟୁହାର କମିଛି। ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ। ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ୍ ସାଇନ୍ସରେ ଜରୁରୀ। ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ଵପୂର୍ଣ୍ଣ। ଔଷଧ ବାହାର କରି ନୋବେଲ୍ ପୁରସ୍କାର ପାଇବାକୁ ରାଷ୍ଟ୍ରପତି ଆହ୍ଵାନ କରିଛନ୍ତି।
ଏହା ପୂର୍ବରୁ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲେ। ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତି ହାଇକୋର୍ଟର ୭୫ଵର୍ଷ ପୂର୍ତ୍ତି ପାଳନ ଉତ୍ସବରେ ଯୋଗ ଦେଇଥିଲେ। ଏଠାରେ ରାଷ୍ଟ୍ରପତି କହିଛନ୍ତି ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ। ତ୍ୱରିତ ନ୍ୟାୟ ଦେଇ ଓଡ଼ିଶା ହାଇକୋର୍ଟ ଉଦାହରଣ ସାଜୁ ବୋଲି ପୂର୍ବରୁ କହିଥିବା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି । ସମାଜର ଅନେକ ବର୍ଗ ଆଇନ କାନୁନ ବିଷୟରେ ସଚେତନ ନୁହଁନ୍ତି ।
ଆର୍ଥିକ ଦୁଃସ୍ଥିତି ପାଇଁ ନ୍ୟାୟାଳୟ ପାଖରେ ପହଞ୍ଚିବା ସାମର୍ଥ୍ୟ ନଥାଏ । ବଞ୍ଚିତ ବର୍ଗଙ୍କୁ କିଭଳି ନ୍ୟାୟ ମିଳିବ, ଆମର କର୍ତ୍ତବ୍ୟ ହେବା ଉଚିତ । ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ମାଗଣା ଆଇନ ସହାୟତା ମିଳୁଥିବା ଜାଣି ଖୁସି । ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେଉଛନ୍ତି । ଏହାଦ୍ୱାରା ସାଧାରଣ ଲୋକ ସହଜରେ ନ୍ୟାୟ ପାଇବେ ବୋଲି ଆଶା ବୋଲି ରାଷ୍ଟ୍ରପତି କହିଥିଲେ।