ମର୍ମନ୍ତୁଦ ସଡକ ଦୁର୍ଘଟଣା; ୭ ପୋଲିସକର୍ମୀ ମୃତ, ୪ ଗୁରୁତର
ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ହିମାଚଳ ପ୍ରଦେଶର ଚମ୍ବା ଠାରେ ଏହି ଦୁର୍ଘଟଣା ଘଟିଛି । ପୋଲିସକର୍ମୀଙ୍କ ଗାଡି ତିସା ବୈରାଗଡ ମାର୍ଗରେ ଥିବା ତରବାଇ ପୋଲ ନିକଟ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ମୋଟ ୧୧ ଜଣ ପୋଲିସକର୍ମୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣାର ସୂଚନା ପାଇବା ପରେ ପୋଲିସ, ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧୀ ଘଟଣା ସ୍ଥଳରେ ପହଂଚିଛନ୍ତି ।
ଏହି ଦୁର୍ଘଟଣାକୁ ନେଇ କ୍ୟାବିନେଟ ମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ସିମଲା ବିଜେପି ଅଧ୍ୟକ୍ଷ ଏବଂ ବିଧାୟକ ହଂସରାଜ କହିଛନ୍ତି କି ଏହି ଜ୍ର୍ଟଣା ପାଇଁ ପିଡବ୍ଲ୍ୟୁଡି ଅଫିସର ଦାୟୀ । ସେମାନଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ବି ସେମାନେ ଏହି ପୋଲର ମରାମତି କରିବା କାମରେ ଅବହେଳା କରିଛନ୍ତି । ତେଣୁ ତୁରନ୍ତ ପିଡବ୍ଲ୍ୟୁଡିର କାର୍ଯ୍ୟରତ ଅଧିକାରୀ ଜୋଗିନ୍ଦର ଶର୍ମାଙ୍କୁ ଗିରଫ କରାଯାଉ ।