କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଘୋଷଣା; ରାଜଦ୍ରୋହ ଆଇନକୁ ଶେଷ କରାଯିବ

0

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଘୋଷଣା କରି କହିଛନ୍ତି, ରାଜଦ୍ରୋହ ଆଇନକୁ ଶେଷ କରାଯାଉଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଗତ କିଛି ଦଶକ ଧରି ଚାଲିଥିବା ଏହି ଆଇନକୁ ନେଇ ଖୁବ୍ ବିବାଦ ମଧ୍ୟ ହୋଇଥିଲା। ବହୁ ବିରୋଧି ଦଳ ଏହାକୁ ଶେଷ କରିବାକୁ ଦାବି କରିଥିଲେ ଓ ଏହାକୁ ଦୁରୁପଯୋଗ କରିବାର ଅଭିଯୋଗ ମଧ୍ୟ ଲାଗିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ମୁଁ ଯେଉଁ ତିନି ବିଲ୍‌ ଏକାଠି ନେଇକି ଆସିଛି, ସେ ତିନୋଟି ବିଲ୍‌ ଦଣ୍ଡ ବିଧାନ ପକ୍ରିୟା କ୍ରିମିନାଲ ଜଷ୍ଟିସ୍ ସିଷ୍ଟମକୁ ସୁଧାରିବ। ପ୍ରଥମ ଇଣ୍ଡିଆନ୍ ପେନାଲ କୋଡ୍, ଯାହାକି ୧୮୬୦ ରେ ତିଆରି କରାଯାଇଥିଲା। ଦ୍ବିତୀୟ କ୍ରିମିନାଲ ପ୍ରୋସିଜ୍ୟୁର କୋଡ୍‌,ଯାହାକି ୧୮୯୮ରେ ତିଆରି କରାଯାଇଛି ଓ ତୃତୀୟ ହେଉଛି ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ଯାହାକି ୧୮୭୨ ରେ ଇଂରେଜଙ୍କ ସଂସଦରେ ପାସ୍‌ କରାଯାଇଥିଲା। ତିନୋଟିକୁ ଆଜି ଆମେ ଶେଷ କରି ତିନୋଟି ନୂଆ ଆଇନ ତିଆରି କରିବାକୁ ଆସିଛୁ।

ଶାହ ଏହି ସମୟରେ କହିଛନ୍ତି, ଏବେ ଭାରତୀୟ ଦଣ୍ଡ ସଂହିତାର ସ୍ଥାନ ଭାରତୀୟ ନ୍ୟାୟ ସଂହିତା ହେବ, ସେଭଳି ସିଆରପିସିର ସ୍ଥାନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ହେବ। ଏଭଳି ଭାବରେ ଏଭିଡେନ୍ସ ଆକ୍ଟର ନାଁ ବଦଳିକି ଏବେ ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯାଇଛି ଓ ରାଜଦ୍ରୋହ ଆଇନକୁ ଶେଷ କରିବାର ପ୍ରସ୍ତାବ ରଖାଯାଇଛି।

SOA Festival
Leave a comment