ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା, ଆତ୍ମହତ୍ୟା କରିଥିବା ସ୍ପଷ୍ଟ କଲେ ଭୁବନେଶ୍ୱର ଡିସିପି

0

ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ଉପରୁ ଉଠିଲା ରହସ୍ୟର ପରଦା । ଶୁଭଲକ୍ଷ୍ମୀ ହୋଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ବାସରୁଦ୍ଧ ହେବାର ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି ସବୁ ଦିଗରୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପଛର କ’ଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? ଏ ସମସ୍ତ ଦିଗରେ ତଦନ୍ତ କରାଯିବ।

କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଆଉ କିଛି ଲୋକଙ୍କୁ ପଚରା ଉଚରା କରାଯିବ । ସିଡ଼ିଆର ଯାଞ୍ଚ ଚାଲିଛି । ସେହିଭଳି ଶୁଭଲକ୍ଷ୍ମୀ ମୃତ୍ୟୁ ପୂର୍ବରୁ ୪୦ ସେକେଣ୍ଡ ପାଇଁ କାହାକୁ କଲ୍ କରିଥିଲେ। କଣ କଥା ହୋଇଥିଲେ ତା ଉପରେ ତଦନ୍ତ ଚାଲିଛି। ସେହିଭଳି ଶୁଭଲକ୍ଷ୍ମୀଙ୍କ ଅଙ୍କଲଙ୍କର ପୂର୍ବ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ଏହାସହ ଦୀପାଲି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି । ଶୁଭ ଲକ୍ଷ୍ମୀ ଯିବା ଆସିବା ସମୟରେ ସିସିଟିଭି, କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଦୀପାଲି ହୋଟେଲ ଫେରାର ଥିବା କିଛି କର୍ମଚାରୀଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି। ସେହିଭଳି ସିଡିଆର୍ ରିପୋର୍ଟରୁ ସେମିତି କିଛି ତଥ୍ୟ ମିଳିନାହିଁ । ତେବେ ପରିବାର ସହ ବନ୍ଧୁ, ବାର୍‌ର କର୍ମଚାରୀଙ୍କୁ ପଚରା ଉଚରା କରାଯାଇଛି ।

ଡିସିପି ଆହୁରି କହିଛନ୍ତି ଶୁଭଲକ୍ଷ୍ମୀ ସୋସିଆଲ ମିଡ଼ିଆରେ କାହା କାହା ସହ କଥା ହୋଇଥିଲେ। ସେ ସବୁର ତଦନ୍ତ କରାଯାଉଛି । ଭାଇରାଲ ଭିଡିଓକୁ ତଦନ୍ତ ପରିସର କରାଯାଉଅଛି । ଭାଇରାଲ ଭିଡିଓ କାହାର କିଏ ଭାଇରାଲ କରୁଛି ତାର ମଧ୍ୟ ତଦନ୍ତ ହେବ । ଆତ୍ମହତ୍ୟା ସହ କଣ ସଂପର୍କ ଅଛି ସେ ସବୁର ତଦନ୍ତ କରାଯାଉଛି । ପୁରୁଷ ବନ୍ଧୁ ଅନିଲ ଭୋଳକୁ ତଦନ୍ତ ପରିସର ଭୁକ୍ତ କରଯାଇଥିବା ଡିସିପି ସୂଚନା ଦେଇଛି।

Leave a comment