ବୈପାରିଗୁଡାରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳିଲେ ମହିଳା ଏବଂ ଯୁବତୀ

0

ଓଡ଼ିଶା ଫାଷ୍ଟ(ସରୋଜ କୁମାର ଲେଙ୍କା): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ପ୍ରଥମଥର ନିଆରା ଢଙ୍ଗରେ ମହିଳା ଏବଂ ଯୁବତୀମାନେ ମୁହଁରେ ମାସ୍କ ଏବଂ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରି ପାଳନ କରିଛି ରଜ ଉତ୍ସବ । ସଭ୍ୟ ଶିକ୍ଷିତ ସମାଜ ଅତ୍ୟାଧୁନିକତାର ବଶବର୍ତି ହୋଇ ଧିରେ ଧିରେ ନିଜର ପରମ୍ପରା ପର୍ବ ପର୍ବାଣୀକୁ ଭୁଲି ଯାଉଥିବା ବେଳେ ଏହି ମହିଳା ଏବଂ ଯୁବତୀମାନେ ହିନ୍ଦୁ ଧର୍ମର ପରମ୍ପରା ମୁଖ୍ୟ ପର୍ବକୁ ମନେ ପକାଇ ଏକ ନିଆରା ଢଙ୍ଗରେ ପାଳିଛନ୍ତି ରଜ ଉତ୍ସବ । ମାଟି ଓ ମଣିଷର ନିବିଡ ସଂପର୍କ ବସୁଧା ମା’ ର ଆରାଧନା ପର୍ବ ହେଉଛି ରଜଉତ୍ସବ, ଏହା ଏକ ମହାନ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଉପକୂଳବର୍ତି ଅଞ୍ଚଳବାସୀଙ୍କ ପରି ଏବେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ବୈପାରିଗୁଡାର ବିଭିନ୍ନ ଅଞ୍ଚଳରେ ଏକ ନିଆରା ଢଙ୍ଗରେ ପାଳିତ ହେଉଛି ରଜପର୍ବ, ଏହା ଓଡିଶାବାସୀଙ୍କ ସଂସ୍କୃତି ଓ ପରମ୍ପରା, ଭାଇଚାର ପର୍ବ ବୋଲି ମହିଳା ଏବଂ ଯୁବତୀମାନେ ପ୍ରକାଶ କରିଛନ୍ତି ।

ଏହି ଅବସରେ ନାନା ପ୍ରକାର ରଜ ପିଠା, ମିଠା, ଖିଲି ପାନ ସମସ୍ତଙ୍କୁ ନିଜ ନିଜ ଭିତରେ ବଣ୍ଟାଯାଇ ଥିଲା । ପ୍ରଥମ ଥର କରି ଏଭଳି ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ ହେଉଥିବାରୁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଝିଅ, ପୁଅ ଓ ଆଦିବାସୀ ମହିଳା, ପୁରୁଷମାନେ ଯୋଗଦେଇ ରଜ ଦୋଳି ଦେଖି ମଜା ଉଠାଇ ଥିଲେ । ମହିଳା ଏବଂ ଯୁବତୀମାନେଛୋଟ ନୂତନ ବସ୍ତ୍ର ପରିଧାନକରି ରଜଦୋଳି ଗୀତ ବନେସ୍ତେ ଡାକିଳା ଗଜ, ବରଷକେ ଥରେ ଆସିଛି ରଜ ଲୋ..ଘେନି ନୂଆ ସଜବାଜ ଗାଇ ଦୋଳି ଖେଳିଥିଲେ । ପହିଲି ରଜରେ ବର୍ଷା ନ ହୋଇ ମେଘୁଆ ପାଗ ହୋଇଥିବାରୁ ବିଭିନ୍ନ ଗ୍ରାମରେ କୁଆଁରି ଝିଅ ମାନେ ଚନ୍ଦନ, କୁଙ୍କୁମ, ଅଳତା ଲଗାଇ ନୂତନ ବସ୍ତ୍ର ପରିଧାନକରି ଘର ଘର ବୁଲି ପିଠାପଣା ଖାଇବାସହିତ ଦୋଳି ଖେଳି ହସଖୁସି ମନାଇଥିଲେ । ଦିନ ତମାମ ମେଘୁଆ ପାଗ ରହିଥିବାରୁ ପହିଲି ରଜ ଉତ୍ସବ ପାଳନରେ ଖୁବ ମଜା ଉଠାଇଥିଲେ ମହିଳା ଏବଂ ଯୁବତୀମାନେ ।

Leave a comment