ଚାହା ପତି ବଦଳରେ ପକାଇ ଦେଲେ କୀଟନାଶକ, ୧୫ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚାହା ପ୍ରସ୍ତୁତ ବେଳେ ଅଜାଣତରେ ସେଥିରେ ଚାହା ପତି ବଦଳରେ ପଡ଼ିଗଲା କୀଟନାଶକ। ଏହି ବିଷାକ୍ତ ଚାହା ପିଇ ୧୫ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣସିଂହ ଗାଁରେ ଏଭଳି ଅଘଟଣ ଘଟିଛି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ମିଳିଥିବା ସୂଚନା ଅନୁସାରେ, ଆଜି ରଣସିଂହପୁର ଗାଁରେ ଏକ ବାହାଘର ଭୋଜିଥିଲା। ଏହି ଭୋଜିରେ କେତେକ ଗ୍ରାମବାସୀ ପହଞ୍ଚି କାମ କରୁଥିଲେ। ସେମାନଙ୍କ ନିମନ୍ତେ ଚାହା ପ୍ରସ୍ତୁତ କରୁଥିବା ଲୋକ ଅଜାଣତରେ ସେଥିରେ କୀଟନାଶକ ପକାଇ ଦେଇଥିବା ଜଣାଯାଇଛି। ଏହାକୁ ପିଇବା ପରେ ୧୫ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ଗୋଷ୍ଠୀ ସ୍ୱାସ୍ଥ୍ୟରେ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

Leave a comment