ଆଜି ବିଜେପିରେ ସାମିଲ ହେବେ ସିନ୍ଧିଆ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ମଧ୍ୟପ୍ରଦେଶର କଂଗ୍ରେସରୁ ସିନ୍ଧିଆ ଇସ୍ତଫା ଦେବା ପରେ 22 କଂଗ୍ରେସର ବିଧାୟକ ମଧ୍ୟ ପଦ ଛାଡିଛନ୍ତି । ତେବେ ଏହାପରେ ମଧ୍ୟପ୍ରଦେଶର କମଲନାଥ ସରକାର ଉପରେ ସଙ୍କଟ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ବିଗତ ସମୟରେ ରାହୁଲଙ୍କ ଅତି ନିକଟତର ଥିବା ସିନ୍ଧିଆ ହୋଲିର ଉତ୍ସବରେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି । ତାଙ୍କ ଇସ୍ତଫାରେ ଗତ ଏକ ବର୍ଷର ଅବସ୍ଥାର କାରଣ ଦର୍ଶାଇଛନ୍ତି ଆଉ ତାହାକୁ ହିଁ ମୁଖ୍ୟକାରଣ ଭାବେ ଦର୍ଶାଇଛନ୍ତି । ମଙ୍ଗବାର ଦିନ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ସହ ସାକ୍ଷାତ କରିଥିଲେ । ପ୍ରଥମେ ସୁଚନା ଥିଲା ଯେ ସିନ୍ଧିଆ ମଙ୍ଗଳବାର ଦିନ ବିଜେପିରେ ସାମିଲ ହେବେ କିନ୍ତୁ ଏହାକୁ ବୁଧବାର ଦିନ ଧାର୍ଯ୍ୟ କରାଯାଇଛି ।