ବିଧାନସଭାରେ ମାନିଲେ ମନ୍ତ୍ରୀ, ୪୪ଟି ପଞ୍ଚାୟତକୁ ନାହିଁ ରାସ୍ତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ରାଜ୍ୟରେ ଥିବା ଯାତ୍ରୀବାହୀ ବସ ସଂଖ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନରେ ରାଜ୍ୟରେ ଏବେ ୧୧,୪୭୨ ଯାତ୍ରୀବାହୀ ବସ ଚାଲୁଥିବା ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଆଜି ଗୃହରେ ରାଜ୍ୟରେ ଯାତ୍ରୀବାହୀ ବସ ସଂଖ୍ୟା କେତେ? ଆଉ ଏହି ବସ୍ ଭିତରେ କେତେ ସଂଖ୍ୟକ ବସ ଫିଟ ରହିଛି । ରାଜ୍ୟରେ କେତେ ସଂଖ୍ୟକ ସରକାରୀ ଓ କେତେ ସଂଖ୍ୟକ ବେସରକାରୀ ବସ ଚାଲୁଛି ? ବୋଲି ପ୍ରଶ୍ନ ହୋଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନର ଉତ୍ତର ଦେଇ ପୂରା ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ।
ପଦ୍ମନାଭ ବେହେରା ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ ୧୧,୪୭୨ ଯାତ୍ରୀବାହୀ ବସ ଚାଲୁଛି। ଏଥିରୁ ୧୦୫୧ଟି ବସ ସରକାରୀ ଓ ସରକାରୀ ସଂସ୍ଥାର ରହିଛି । ସେହିଭଳି ୧୦,୪୨୧ଟି ବେସରକାରୀ ବସ ରାଜ୍ୟରେ ଚାଲିଛି । ସେହିଭଳି ୪୪ ଟି ଗ୍ରାମ ପଞ୍ଚାୟତକୁ ସଡକ ଯୋଗାଯୋଗ ବ୍ୟବସ୍ଥା ନାହିଁ, ତେଣୁ ବସ ଯୋଗଯୋଗ ବ୍ୟବସ୍ଥା ନାହିଁ । ଭାରତରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ହାରାହାରି ୨୨ ଟି ବସ ଚାଲୁଥିବା ବେଳେ ଓଡିଶାରେ ଏକ ଲକ୍ଷ ଲୋକଙ୍କ ପାଇଁ ୩୨ଟି ବସ ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।