ପରଲୋକରେ ପଦ୍ମ ବିଭୂଷଣ ସତୀଶ ଗୁଜରାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ପ୍ରଖ୍ୟାତ ଚିତ୍ରକାର ତଥା ଲେଖକ ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ବୟସ ହୋଇଯାଇଥିବାରୁ ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ। ବହୁମୁଖୀ ପ୍ରତିଭାର ଏହି ବ୍ୟକ୍ତି ଜଣଙ୍କ ନିଜର ପେଣ୍ଟିଂ ପାଇଁ ପରିଚିତ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲଙ୍କ ଭାଇ ହେଉଛନ୍ତି ସତୀଶ ଗୁଜରାଲ।ସତୀଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ନିଜ ଟୁଇଟରେ ମୋଦୀ ସତୀଶଙ୍କୁ ଜଣେ ବହୁମୁଖୀ ପ୍ରତିଭାର ଚେହେରା ବୋଲି କହିଛନ୍ତି। ସେ ତାଙ୍କ ସୃଜନଶୀଳତା ପାଇଁ ସର୍ବଦା ପ୍ରଶଂସିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୨୫ ଡିସେମ୍ୱର, ୧୯୨୫ରେ ଝେଲମ (ଏବେ ପାକିସ୍ତାନ)ରେ ଜନ୍ମ ଗ୍ରହଣ କରିଥିଲେ। ୨୬ ମାର୍ଚ୍ଚରେ ତାଙ୍କର ବିୟୋଗ ହୋଇଛି। ପାଞ୍ଚ ବର୍ଷ ଧରି ସେ ଲାହୋରର ମେୟୋ ସ୍କୁଲ ଅଫ୍ ଆର୍ଟରେ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରିଥିଲେ। ଏହାବାଦ ଗ୍ରାଫିକ୍ ଡିଜାଇନରେ ମଧ୍ୟ ସେ ଅଧ୍ୟୟନ କରିଥିଲେ।

Leave a comment