ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ଜଣେ ବିଧାନସଭା କର୍ମଚାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୩ରେ ପହଁଚିଲା କରୋନା ରୋଗୀଙ୍କ ସଂଖ୍ୟା । ଏହି ତୃତୀୟ କରୋନା ସଂକ୍ରମିତ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ ହେବା ପରେ ବିଧାନସଭା ର ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।
ବିଧାନସଭାରେ କରୋନା ସଂକ୍ରମଣର ଭୟ ଥିବାରୁ ବିଧାନସଭା ଅଧିବେଶନକୁ ଲୋକସେବା ଭବନର କନଭେନସନ ହଲରେ ହେବାକୁ ସ୍ଥିର ହୋଇଥିବା ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।