ସୁକମାରେ ନକ୍ସଲମାନଙ୍କ IED ବିସ୍ଫୋରଣ; ୨ଜଣ CRPF ଯବାନ ସହିଦ
ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲମାନେ IED ବିସ୍ଫୋରଣ କରିଛନ୍ତି । ଯବାନ ମାନଙ୍କ ଗତିବିଧି ମଧ୍ୟରେ ସିଲଗର ଅଞ୍ଚଳରେ ନକ୍ସଲମାନେ ଏକ IED ବିସ୍ଫୋରଣ କରିଛନ୍ତି । ନକ୍ସଲମାନେ ସ ଯବାନ ମାନଙ୍କ ଟ୍ରକକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି । ଏହି ଘଟଣାରେ ଦୁଇଜଣ CRPF ଯବାନ ସହିଦ ହୋଇଥିବା ବେଳେ ଆଉ କିଛି ଯବାନ ଆହତ ହୋଇଥିବା ଜଣାଯାଇଛି । ସୁକମା ଏସପି କିରଣ ଚୌହାନ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି।
ଏସପି କିରଣ ଚୌହାନ କହିଛନ୍ତି ଯେ, ଜଗରଗୁଣ୍ଡା ଅଞ୍ଚଳ ଅନ୍ତର୍ଗତ କ୍ୟାମ୍ପ ସିଲଗରରୁ ୨୦୧ କୋବ୍ରା ବାହିନୀର ଆଡଭାନ୍ସ ପାର୍ଟି ROP ଡ୍ୟୁଟି ସମୟରେ କ୍ୟାମ୍ପ ଟେକାଲଗୁଡେମକୁ ଯାଉଥିଲେ । ଏହି କନଭେନରେ ଟ୍ରକ ଏବଂ ମୋଟରସାଇକେଲ ସାମିଲ ଥିଲା । କ୍ୟାମ୍ପ ସିଲଗରରୁ ଟେକାଲଗୁଡେମ ଅଭିମୁଖେ ଯବାନ ମାନେ ଯାଉଥିବା ସମୟରେ ନକ୍ସଲମାନେ ଏକ IED ବିସ୍ଫୋରଣ କରିଥିଲେ।
ଆଜି (ରବିବାର) ଅପରାହ୍ନ ୩ ଟା ସମୟରେ ସୁରକ୍ଷା ବାହିନୀର ଗତିବିଧି ସମୟରେ ୨୦୧ କୋବ୍ରା ବାହନୀର ଟ୍ରକ୍ IED ବିସ୍ଫୋରଣର ଶିକାର ହୋଇଛି । ଯେଉଁଥିରେ ଟ୍ରକ ଡ୍ରାଇଭର ଏବଂ ସହ-ଡ୍ରାଇଭର ଘଟଣାସ୍ଥଳରେ ଶହୀଦ ହୋଇଛନ୍ତି । ଅନ୍ୟ ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି । ସହିଦ ହୋଇଥିବା ସୈନିକମାନଙ୍କ ନାମ ବିଷ୍ଣୁ ଆର ଏବଂ ଶୈଲେନ୍ଦ୍ର ବୋଲି କୁହାଯାଉଛି । ସହିଦ ସୈନିକମାନଙ୍କ ମୃତଦେହକୁ ଘଟଣାସ୍ଥଳରୁ ବାହାର କରାଯାଉଛି ।