ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ ।

Leave a comment