ସ୍ତ୍ରୀ, ଝିଅ କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ। ସ୍ତ୍ରୀ ମୃତ, ଝିଅ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶ ଫତେହପୁର ଜିଲ୍ଲା ଲଲୌଲି ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ରାତିରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ମହିଳାଙ୍କ ଶରୀରର ଅନେକ ଅଙ୍ଗ ପୋଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଝିଅର ଅବସ୍ଥା ଚିନ୍ତାଜନକ ରହିଛି।

ଜାଫରଗଞ୍ଜ ପୋଲିସ ଅଧିକ୍ଷକ ଦୀନେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ ଲଲୌଲି ଅଞ୍ଚଳରେ ରବିବାର ରାତି ପ୍ରାୟ ୨ଟା ସମୟରେ ଫୁଲଚନ୍ଦ୍ର ନିଜ ପତ୍ନୀ ସୁଶୀଳା (୬୦) ଓ ଝିଅ ଗୁଡ୍ଡନ (୩୫)ଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ। ଉଭୟ ମା’ ଝିଅ ଗୁରୁତର ଭାବେ ପୋଡି ଯାଇଥିଲେ। ଘଟଣା ସମୟରେ ମା’ ଝିଅ ଏକାସଙ୍ଗେ ଶୋଇଥିଲେ।

ଉଭୟଙ୍କୁ କାନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ସୁଶୀଳାଙ୍କ ମୃତ୍ୟୁ ହୋଇଛି। ଗୁଡ୍ଡନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି କିନ୍ତୁ ତାଙ୍କ ସ୍ଥିତି ଗୁରୁତର ରହିଛି। ପୋଲିସ ଅଧିକ୍ଷକ କହିଛନ୍ତି ଯେ ସାନ ଝିଅର ବାହାଘରରେ କିଛି ସମ୍ପର୍କୀୟ ସାମିଲ ହେବାନେଇ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯେଉଁଥିରେ ରାଗି ଫୁଲଚନ୍ଦ୍ର ଏହିଭଳି ଘଟଣା ଭିଆଇଛନ୍ତି। ଦୀନେଶ ଚନ୍ଦ୍ର କହିଛନ୍ତି ଯେ ଫୁଲଚନ୍ଦ୍ର ଫେରାର ଅଛି ଓ ପୋଲିସ ତାକୁ ଖୋଜୁଛି।

Leave a comment