ପିଟିପିଟି ହତ୍ୟାକଲା ମଦ ବ୍ୟବସାୟୀକୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣେ ଦେଶୀ ମଦ ବ୍ୟବସାୟୀ କୁ ପିଟିପିଟି ହତ୍ୟା କରାଯାଇଛି। ଜଣେ ଯୁବକଙ୍କ କାଠ ଫଳିଆ ମାଡରେ ଫାଳିକିଆ ବଜାର ବସ୍ତିର କାମେଶ୍ୱର ରେଡିଙ୍କ ମୃତ୍ୟୁ ଘଟିଛି। ଲଷ୍ମୀସାଗର ପୋଲିସ ଶବ ଜବତ କରି ତଦନ୍ତ କରୁଛି। ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥିବାର ଅନୁମାନ କରାଯାଉଛି।

ରବିବାର ସକଳେ କାମେଶ୍ୱର ଷ୍ଟେସନ ବଜ଼ାରର ମୋଚିସାହି ପାଖରେ ଥିବା ଏକ ସେଲୁନକୁ ଚୁଟି କାଟିବାକୁ ଆସିଥିଲା। ଏହି ସମୟରେ ହଳଦୀ ପଡିଆ ବସ୍ତିର ମଦ ବ୍ୟବସାୟୀ ସହ ପୂର୍ବ ବିବାଦକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ଏକ କାଠ ଫଳିଆରେ ଗୋଡ଼ାଇ ପିଟିଥିଲା। ଫଳରେ କାମେଶ୍ୱର ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକମାନେ ଧାଇଁ ଆସିବାରୁ ସେ ଫେରାର ହୋଇଯାଇଥିଲା। ପୋଲିସ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ଘଟିଥିଲା। ପୋଲିସ ଶବ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।

Leave a comment