ବିଜେପିର ଦୁଇ ଜିଲ୍ଲା ପରିଷଦ ସଦସ୍ୟା ,11 ଦିନ ହେଲା ନିଖୋଜ !
ବରଗଡ଼ ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୁଏ ଓ ପାର୍ବତୀ ଭୋଇ ଏଗାର ଦିନ ହେଲାଣି ନିଖୋଜ ଥିବା ବେଳେ ସୋହେଲାରେ ସେମାନଙ୍କୁ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନିର୍ଦ୍ଦେଶରେ ଏହି ଦୁଇ ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ବିଜେଡିରେ ମିଶାଇବା ଲାଗି ଲୁଚାଇ ରଖାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଏନେଇ ଗତକାଲି ନିଖୋଜ ବିଜେପି ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ, ଜିଲ୍ଲା ସଭାପତି ଅରୂପା ସାହୁ ଓ ବିଜେପି ରାଜ୍ୟ ଉପ-ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଏସ୍ପି ପଦ୍ମିନୀ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଗତ 4 ତାରିଖରେ ଏହି ଦୁଇ ବିଜେପି ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଅନ୍ୟ ଜଣେ ଜିଲ୍ଲା ପରିଷଦ ସଦସ୍ୟ ସୋହେଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଡାକି ନେଇଥିଲେ। ସେବେଠାରୁ ସେମାନେ ଆଉ ଘରକୁ ଫେରି ନାହାନ୍ତି।