ମାଓବାଦୀ ସ୍ୱାମୀ ଓ ସ୍ତ୍ରୀ ଗିରଫ

0

ଓଡିଶା ଫାଷ୍ଟ( ବ୍ୟୁରୋ) : ମାଲକାନଗିରି ଜିଲାର ପୂର୍ବତନ ମାଓବାଦୀ ଡିଭିଜନ କମିଟି ସମ୍ପାଦକ ତଥା ମାଲକାନଗିରି ପୃବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ମୁଖ୍ୟ ଦାମଦାର ଓରଫ ଵାଲେମ ନାରାୟଣ ସ୍ୱାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ବିଶାଖାପାଟଣା ପୁଲିସ ଗିରଫ କରିଛି l ପ୍ରାୟ ୨୦ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରି ଥିବା ବେଳେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଲଞ୍ଚ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ଵିଏସଏଫ ଯବାନଙ୍କୁ ଆକ୍ରମଣ, କାଲିମେଳ ତେଲରାଇ ଠାରେ ଲାଣ୍ଡମା ଇନ ବିସ୍ଫୋରଣ ଘଟଣାରେ 17 ଜଣ ପୁଲିସ ଯବାନ ସହିଦ ଭଳି ବହୁ ଘଟଣାରେ ଜଡିତ ଥିବା ବେଳେ ମାଲକାନଗିରି ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥଲା ତାଙ୍କ ନାମରେ ୨୦ଲକ୍ଷ୍ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି l

ବର୍ତ୍ତମାନ ଦାମୋଦର ଆନ୍ଧ୍ର ଓଡିଶା ସ୍ୱତନ୍ତ୍ର ଜୋନାଲ କମିଟିରେ କାର୍ଯ୍ୟ କରୁଥିବା ବେଳେ ମାଲକାନଗିରି ଓ ଆନ୍ଧ୍ରରେ ଶହେରୁ ଉର୍ଦ୍ଧ ମାଓବାଦୀ ହିଂସାରେ ଜଡିତ ଥିଲେ ତେଵେ ସେ ମେଲରିଆରେ ପୀଡିତ ହୋଇ ଚିକିତ୍ସ ହେଉଥିବା ବେଳେ ଗୁଡେମ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରେ ତାଙ୍କୁ ଗିରଫ କରାଯାଇ ଥିବା ଏ.ଏସ. ପି ସତୀଶ କୁମାର ସୂଚନା ଦେଇଛିନ୍ତ l

Leave a comment