କୃଷିମନ୍ତ୍ରୀଙ୍କ ଘର ଆଗରୁ କୃଷକଙ୍କୁ ଉଠାଇନେଲା ପୁଲିସ
ଓଡିଶା ଫାଷ୍ଟ( ବ୍ୟୁରୋ) : କାଳିଆ ଟଙ୍କା ପାଇଁ ବହୁ ହିତାଧିକାରୀ କୃଷିମନ୍ତ୍ରୀଙ୍କ ଘରେ ପସି ଭଙ୍ଗାରୁଜା କରିଛନ୍ତି । ଆଜି ସକାଳେ ବହୁ ହିତାଧିକାରୀମାନେ ମନ୍ତ୍ରୀଙ୍କ ଘର ସାମ୍ନାରେ ପହଞ୍ଚି ହୋହାଲ୍ଲା କରିଥିଲେ । ଏହାପରେ ଭିତରେ ପସି ଭଙ୍ଗାରୁଜା କରିଥିଲେ । ଏହାପରେ ପୁଲିସ ସେମାନଙ୍କୁ ସେ ସ୍ଥାନରୁ ଉଠାଇନେଇଥିଲା ।
ପ୍ରକାଶ ଥାଉକି, କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନରେ ସାମ୍ନାରେ ଚାଷୀମାନେ ଧାରଣା ଦେଇଥିଲେ। ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ପରେ ସେମାନେ ମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରି ଭଙ୍ଗାରୁଜା କରିବାରୁ ପୁଲିସ ହସ୍ତକ୍ଷେପ କରିଥିଲା ।