ଆଜି ସାବିତ୍ରୀ ଅମାବାସ୍ୟା: ମହାପ୍ରସାଦ ବିକ୍ରି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ସାବିତ୍ରୀ ଅମାବାସ୍ୟା ପରିପ୍ରେକ୍ଷୀରେ କୋଭିଡ୍‌୍‌ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଏଥିପାଇଁ ଉତ୍ତର ଦ୍ୱାର ଏବଂ ଦକ୍ଷିଣଦ୍ୱାରଠାରେ ନିଯୋଗ ପକ୍ଷରୁ ସେଡ୍‌୍‌ ନିର୍ମାଣ ହୋଇଛି । ଏହି ସେଡରୁ ଭକ୍ତମାନେ ମହାପ୍ରସାଦ ପାଇଁ ଟୋକନ ସଂଗ୍ରହ କରିବେ । ଆଜି ଦଶ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରସାଦ ବ୍ୟବସ୍ଥା ହେଉଛି । ଭୋଗ ମଣ୍ଡପରେ ଏହି ପ୍ରସାଦ ବାହାରିବ । ଉତ୍ତରଦ୍ୱାର ଏବଂ ଦକ୍ଷିଣ ଦ୍ୱାର ଆଗରେ ନିର୍ମିତ ନିଯୋଗର ଷ୍ଟଲରୁ ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇଁ ଟୋକନ ନେଇ ପାରିବେ । ମହାପ୍ରସାଦ ବାହାରିବା ପରେ ଟୋକନ ଓ ଅର୍ଥ ବିନିମୟରେ ମହାପ୍ରସାଦ ସଂଗ୍ରହ କରି ପାରିବେ । ବୁଧବାର ସନ୍ଧ୍ୟା ସୁଦ୍ଧା ପାଞ୍ଚ ହଜାରରୁ ଅଧିକ ସେବାୟତ ପରିବାର ମହାପ୍ରସାଦ ବରାଦ କରି ସାରିଛନ୍ତି । ପୁରୀ ବାହାରୁ ଲୋକ ଆସୁନାହାନ୍ତି । ତେଣୁ ସହରବାସୀ ମଧ୍ୟ ଏହି ଷ୍ଟଲରୁ ମହାପ୍ରସାଦ ପାଇ ପାରିବେ ବୋଲି ନିଯୋଗ ସୂଚନା ଦେଇଛି ।

Leave a comment