କନକ ବର୍ଦ୍ଧନ ସିଂହ ଦେଓଙ୍କ ବଡ ବୟାନ ; ବିଜେଡି-ବିଜେପି ଭିତରେ ହେବନି କୌଣସି ବି ମେଣ୍ଟ

0

ବିଜେଡି ସହ ବିଜେପିର ମେଣ୍ଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ । ଆଜି ପାଟଣାଗଡରେ ଆୟୋଜିତ ସ୍ୱର୍ଗତ ଅଟଳ ବିହାରୀ ବାଜପୈୟୀଙ୍କ ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ଯୋଗଦେଇ କନକ ବର୍ଦ୍ଧନ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ । ପିଠିରେ ଛୁରାମାଡ କରୁଥିବା ସରକାର ସହ ଆମ ବିଜେପି କେବେ ବି ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହ ଦେଓ ।

ଅନ୍ୟପଟେ ଏଥର ନିର୍ବାଚନରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା । ଏପଟେ ଓଡ଼ିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ ଫୋକସ୍ କରିବାକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ନିଷ୍ପତି ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ବୈଠକ କରିଥିଲେ । ବୈଠକରେ ହୋଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ୨୦୧୯ ଅପେକ୍ଷା ୨୦୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ହେବ ସେ ନେଇ ଆଲୋଚନା ହୋଇଛି । ୫୧ପ୍ରତିଶତ ଭୋଟ୍ ପାଇବା ଲକ୍ଷ୍ୟ ରଖାଯାଇଛି । ଏହାସହ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବ ଏବଂ ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Leave a comment