ଜୁଲାଇ ୧୨ରେ ରଥଯାତ୍ରା: ପୁରୀ ଛଡ଼ା ଆଉ କେଉଁଠି ଟଣା ହେବନି ରଥ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା କମିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି । ହେଲେ ପୁରୀକୁ ଛାଡି ଅନ୍ୟ ମନ୍ଦିରରେ ହେବନି ରଥଯାତ୍ରା । ବର୍ତ୍ତମାନର ସ୍ଥିତି ତଥା ସର୍ବସାଧାରଣର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରା ଗତ ବର୍ଷ ଭଳି କଟକଣାରେ ହେବ। ହେଲେ ବିନା ଭକ୍ତରେ ହେବ ରଥଯାତ୍ରା ।ଏସଆରସିଙ୍କ ସୂଚନା ଅନୁଯାୟୀ, ପୁରୀକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି । ତେବେ ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ ନୀତିକାନ୍ତି କରାଯାଇପାରିବ। ଗତବର୍ଷ କରୋନା ସଂକ୍ରମଣ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ବ୍ୟତୀତ ରାଜ୍ୟର ଅନ୍ୟ ମନ୍ଦିରରରେ ରଥଯାତ୍ରା ଲାଗି ବାରଣ କରାଯାଇଥିଲା । ଗତ ବର୍ଷ ସୁପ୍ରିମକୋର୍ଟ ମଧ୍ୟ କରୋନା କଟକଣା ମଧ୍ୟରେ ରଥଯାତ୍ରା କରିବା ଲାଗି ଅନୁମତି ଦେଇଥିଲେ । ଆଉ ସେସମୟରେ କେବଳ ସେବାୟତ ମାନେ ସମସ୍ତ ନୀତିକାନ୍ତି କରିଥିଲେ ।ତେବେ ଯେଉଁ ସେବାୟତ ମାନେ ଚଳିତ ଥର ରଥଯାତ୍ରା ନୀତିକାନ୍ତିରେ ସାମିଲ ହେବ ସେମାନେ ଦୁଇ ଡୋଜ୍ କରୋନା ଟିକା ନେଇଥିବେ । ଏଥିସହିତ ତାଙ୍କ ପାଖରେ ଫାଇନାଲ୍ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ଥିବ କିମ୍ବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ରହିଥିବ। ଏବର୍ଷ ମଧ୍ୟ ରଥରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ ।