ଘର ଆଗରେ କାଉ ରାବିବା ଶୁଭ ନା ଅଶୁଭ ?

Is crowing in front of the house good or bad?

0

ଆପଣ ନିଶ୍ଚିତ ଭାବରେ କାଉମାନଙ୍କୁ ଘର ଉପରେ ବସିଥିବାର କିମ୍ବା ଦାନା ଖାଉଥିବାର ଦେଖିଥିବେ। ଅନେକ ଲୋକ ବୁଝିପାରନ୍ତି ନାହିଁ ଏହି କାଉମାନଙ୍କର ଘରକୁ ଆସିବା କିମ୍ବା ରାସ୍ତାରେ ଦେଖିବା ଶୁଭ କି ଅଶୁଭ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କାଉକୁ ଦେଖିବା ଏବଂ ତାହାର ଶୁଭ ଅଶୁଭ ହେବାର ରହସ୍ୟ ବିଷୟରେ। ଶକୁନ ଶାସ୍ତ୍ର ଅନୁଯାୟୀ, ଘରର ଛାତ ଉପରେ କାଉ ବସିବା ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ପ୍ରକୃତି କାଉମାନଙ୍କୁ ଭବିଷ୍ୟତ ଦେଖିବା ପାଇଁ ଆଶ୍ଚର୍ୟ୍ୟଜନକ ଶକ୍ତି ଦେଇଛି। ସେଥିପାଇଁ ସେ ଆଗାମୀ ସମୟକୁ ଆଗୁଆ ଅନୁମାନ କରିପାରନ୍ତି। ଆପଣଙ୍କୁ ସଚେତନ କରିବା ପାଇଁ ସେମାନେ ଘରର ଛାତ ଉପରେ ପହଞ୍ଚିଯାଆନ୍ତି। ଜାଲନ୍ତୁ ଜାଣିବା କାଉମାନଙ୍କ ବିଭିନ୍ନ ସଙ୍କେତ ବିଷୟରେ….

କାଉ ପାଣି ପିଉଥିବାର ଦେଖିବା :
ଶକୁନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ କାଉକୁ କୌଣସି ପାତ୍ରରେ ପାଣି ପିଉଥିବାର ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣ ଭବିଷ୍ୟତରେ ଧନ ପାଇବାକୁ ଯାଉଛନ୍ତି କିମ୍ବା କୌଣସି ବଡ କାର୍ୟ୍ୟରେ ସଫଳତା ପାଇବାକୁ ଯାଉଛନ୍ତି।

ଛାତ ଉପରେ କାଉ ଝଗଡା କରିବା :
ଅନେକ ଥର ଆପଣ ଛାତ ଉପରେ କାଉମାନେ ଝଗଡା କରୁଥିବାର ଦେଖିଥିବେ। ଶକୁନ ଶାସ୍ତ୍ର ଅନୁଯାୟୀ, ଏହା ଅଶୁଭ ସଙ୍କେତ ହୋଇଥାଏ। ଏହାର ଅର୍ଥ ସେହି ଘରର ମାଲିକ ଶୀଘ୍ର ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସେହି ବ୍ୟକ୍ତି ଆର୍ଥିକ ସଙ୍କଟରେ ବୁଡ଼ିବାକୁ ଯାଉଛନ୍ତି କିମ୍ବା ଘରେ କଳହ ଲାଗିବାର ଅଛି।

ମୁହଁରେ ଖାଦ୍ୟ ଧରିଥିବା କାଉ ଦେଖିବା :
ଯଦି ଆପଣ କାଉକୁ ଖାଦ୍ୟ କିମ୍ବା ରୁଟି ଖଣ୍ଡ ଧରି ବସିଥିବାର ବା ଉଡୁଥିବାର ଦେଖନ୍ତି, ତେବେ ଏହା ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କର କିଛି ବଡ ଇଚ୍ଛା ଶୀଘ୍ର ପୂରଣ ହେବାକୁ ଯାଉଛି।

ଘରର ଦ୍ୱାରରେ କାଉ ରାବିବା :
ଯଦି କାଉ ଘରର ମୁଖ୍ୟ ଫାଟକକୁ ଆସି କା-କା ରାବେ, ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ଅତିଥି ଆସିବେ। ଏହା ମା ଲକ୍ଷ୍ମୀ ବା ଧନର ଆଗମନକୁ ପ୍ରତୀକ କରେ।

Leave a comment