କେରଳର ରାଲିରେ ହମାସ ନେତାଙ୍କ ସମ୍ବୋଧନ,ଆରମ୍ଭ ହେଲା ବିବାଦ

0

ଇସ୍ରାଏଲ ଓ ହମାସ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ଜାରି ରହିଛି। ହମାସ ଆତଙ୍କବାଦୀଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଗାଜା ଉପରେ ଚାରିପେଟ ଆକ୍ରମଣକୁ ଜୋରଦାର କରିଛି। ଏହି ଯୁଦ୍ଧକୁ ନେଇ ଭାରତରେ ଅନେକ ଲୋକେ ପାଲେଷ୍ଟାଇନ୍‌ର ସମର୍ଥନ କରୁଛନ୍ତି। ଏହାରି ଭିତରେ କେରଳରେ ଅୟୋଜିତ ହୋଇଥିବା ଏକ ରାଲିକୁ ନେଇ ବିବାଦ ଆରମ୍ଭ ହୋଇଛି।

କେରଳର ମଲ୍ଲପୁରମ୍‌ରେ ପାଲେଷ୍ଟାଇନ୍‌ ସମର୍ଥନରେ ରାଲି କରାଯାଇଥିଲା। ଏହାକୁ ସଲିଡେରିଟି ୟୁଥ୍‌ ମୁଭ୍‌ମେଣ୍ଟ ଦ୍ୱାରା ଆୟୋଜିତ କରାଯାଇଥିଲା। ଏହି ୟୁଥ୍‌ ମୁଭମେଣ୍ଟ ଜମାତ-ଏ-ଇସଲମାର ଶାଖା। ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ଏହି ରାଲିରେ ହମାସ୍ ନେତା ଖାଲିଦ୍ ମଶେଲ ଯୋଗ ଦେଇଥିଲା। ସେ ଏଥିରେ ଭର୍ଚୁଆଲରେ ଯୋଗ ଦେଇ ହିନ୍ଦୁତ୍ୱ ବିରୋଧୀ ନାରା ଦେଇଥିଲା।

ସଲିଡାରିଟି ଯୁବା ଆନ୍ଦୋଳନ ଦ୍ୱାରା ଆୟୋଜିତ ରାଲିରେ ଖାଲିଦ୍ ଭର୍ଚୁଆଲ ମୋଡରେ ଭାଗ ନେଇ ‘ବୁଲଡୋଜର ହିନ୍ଦୁତ୍ୱ ଓ ରଙ୍ଗଭେଦୀ ଇହୁଦୀବାଦକୁ ମୂଳରୁ ଉପାଡି ଫଙ୍ଗିଦିଅ’ ବୋଲି ନାରା ଦେଇଥିଲା। ଏହି ରାଲିକୁ ନେଇ ଏବେ ଚାରିଆଡୁ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଆତଙ୍କୀ ସଙ୍ଗଠନ ହମାସ କେରଳର ମୁସଲିମ ରାଲିରେ କିଭଳି ଯୋଗ ଦେଇ ଏହାକୁ ସମ୍ବୋଧିତ କରିଲା ତାକୁ ହଇଚଇ ସୃଷ୍ଟି ହୋଇଛି।

ବିଜେପି ଏହାକୁ କଡା ନିନ୍ଦା କରିଛି। ସେ କେରଳ ସରକାର ଓ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ମଲ୍ଲପରମ୍‌ରେ ହମାସ ନେତାଙ୍କ ସମ୍ବୋଧନ ଚିନ୍ତାଜନକ। ଦେଶରେ ‘ପାଲେଷ୍ଟାଇନ୍ ବଞ୍ଚାଅ’ ଆଳରେ ଏକ ଆତଙ୍କବାଦୀ ସଙ୍ଗଠନ ଓ ତା’ର ନେତାଙ୍କୁ ‘ଯୋଦ୍ଧା’ ଭାବେ ରୂପାୟିତ କରି ମହିମାମଣ୍ଡିତ କରାଯାଉଛି। ଏହା କେବବି ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି।

Leave a comment