ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ

0

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି। ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା । ଏଠାରେ ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହେବାର ଥିଲା ।

ମାତ୍ର ପ୍ରତିପକ୍ଷ ଡିସ୍ଚାର୍ଜ ପିଟିସନ ଦାଖଲ କରିଥିଲେ । କିଛି ସମୟ ପରେ ଉକ୍ତ ପିଟିସନର ଶୁଣାଣି ଆରମ୍ଭ ହେବ । ସେପଟେ, ଗୋପାଳକୁ ପୁଣି ଥରେ ଚୌଦ୍ୱାରକୁ ନିଆଯାଇଛି । ଗୋପାଳ ଦାସ ନିଜ ପାଇଁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନାଙ୍କୁ ନିଯୁକ୍ତ କରିଛନ୍ତି । ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବୀ ଠିକ କରିନଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ନିଯୁକ୍ତ କରାଯାଇଥିଲା ।

Leave a comment