ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା; ସିଡିଆର ରିପୋର୍ଟରୁ ମିଳିଲା ଏଭଳି ତଥ୍ୟ
ବାରଗର୍ଲ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା । ପୋଲିସ ହାତରେ ଲାଗିଲା କଲ୍ ଡିଟେଲ ରିପୋର୍ଟ । କଲ ଡିଟେଲ୍ ରିପୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ତାହା ଜାଣିବାକୁ ସିଡିଆର ରିପୋର୍ଟ ମଗାଇଥିଲା ପୋଲିସ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏବେ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ଦ୍ୱିତୀୟ ପୁରୁଷବନ୍ଧୁ ଅନୀଲକୁ ଥାନାକୁ ଡାକି ପୋଲିସ ଜେରା କରିଛି ।