ପ୍ରକାଶ ପାଇଲା ସିଆଇଏସସିଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

0

ପ୍ରକାଶ ପାଇଲା ସିଆଇଏସସିଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ପରୀକ୍ଷାର୍ଥୀ ମାନେ ସିଆଇଏସସିଇର ଅଫିସିଆଲ୍ ୱେବସାଇଟ୍ http://cisce.org ବା http://results.cisce.org ଭିଜିଟ୍ କରି ପରୀକ୍ଷାଫଳ ଚେକ୍ କରିପାରିବେ ।

ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର ରେଜଲ୍ଟ ଚେକ୍ କରିପାରିବେ । ସ୍କୁଲ ପ୍ରିନ୍ସପାଲଙ୍କ ଲଗଇନ୍ ଆଇଡି ଏବଂ ପାସୱାର୍ଡର ଉପଯୋଗ କରି ପରିଷଦର କ୍ୟାରିଅର ପୋର୍ଟାଲରେ ଲଗଇନ୍ କରି ମଧ୍ୟ ରେଜଲ୍ଟ ଚେକ୍ କରିହେବ ।

ଇଣ୍ଡିଆନ ସାର୍ଟିଫିକେଟ୍ ଅଫ ସ୍କୁଲ ଏଗଜାମିନେଶନ (ଆଇସିଏସଇ) ବା ଦଶମ ଶ୍ରେଣୀ ଏବଂ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ବା ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ଆଜି ପ୍ରକାଶିତ ହୋଇଛି । ଆଜି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି CISCE ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ଚଳିତଥର ଦ୍ୱାଦଶରେ ୯୯.୭୫ ପ୍ରତିଶତ ସହ ରିୟା ଅଗ୍ରୱାଲ ଟପ୍ପର ହୋଇଛନ୍ତି । ସେହିପରି ଦଶମରେ ଋଷିଲ କୁମାର ୯୯.୮ ପ୍ରତିଶତ ସହ ଟପ୍ପର ହୋଇଛନ୍ତି । ଦ୍ୱାଦଶରେ ପାସ୍ ହାର ୯୯.୭୫ ପ୍ରତିଶତ ରହିଛି । ମୋଟ ୯ ଜଣ ଛାତ୍ରଛାତ୍ରୀ ନମ୍ବର-୧ ସ୍ଥାନ ହାସଲ କରିଛନ୍ତି । ସେଥିମଧ୍ୟରୁ ୩ଜଣ ଝିଅ ରହିଛନ୍ତି ।

ଦଶମ ଶ୍ରେଣୀ ବା ଆଇସିଏସଇ ପରୀକ୍ଷା ଫେବ୍ରୁଆରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ବା ଆଇଏସସି ପରୀକ୍ଷା ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା । ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଥିଲେ ୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ । ଗତବର୍ଷ ମୋଟ ୧୮ ଜଣ ଛାତ୍ରଛାତ୍ରୀ ପ୍ରଥମ ରାଙ୍କ ହାସଲ କରିଥିଲେ । ଦ୍ୱାଦଶରେ ମୋଟ୍ ପାସହାର ୯୯.୩୮ ପ୍ରତିଶତଥିଲା ।

Leave a comment