ରାଜ୍ୟରେ ପିଲାଚୋର ଗ୍ୟାଙ୍ଗ ସକ୍ରିୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଛି ପିଲା ଚୋରି । ବାହାର ରାଜ୍ୟରୁ ଆସୁଛନ୍ତି ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ଓଡ଼ିଶା ର ସମସ୍ତ ଜିଲ୍ଲାରେ ସକ୍ରିୟ ଥିବା ଜଣାପଡିଛି । ପ୍ରାୟତ ୪ବର୍ଷ ରୁ ୯,୧୦ ବର୍ଷର ପିଲାଙ୍କୁ ଟାର୍ଗେଟ କରିଥାନ୍ତି କାରଣ ଏହି ବର୍ଷର ପିଲାମାନେ ସହଜରେ ଗ୍ୟାଙ୍ଗର ପ୍ରଲଭନରେ ଫସିଯାଆନ୍ତି । ଗତକାଲି ରାୟଗଡ଼ା ଜିଲ୍ଲାରେ ପିଲାଚୋରି ବିଷୟରେ ସୋସିଆଲ୍ ମିଡିଆରେ ପ୍ରଚାର ହେବା ପରେ ଗାଁ ଲୋକେ ୨ ଜଣ ବ୍ୟକ୍ତିଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଜିମାରେ ଦେଇଥିଲେ।

ଘଟଣା କ୍ରମେ

ଗତ କାଲି ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଏବଂ ସହର ଉପକଣ୍ଠ ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ଉତ୍ତର ପ୍ରଦେଶର ୨ଜଣ ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ରାୟଗଡ଼ା ଥାନାରେ ପିଲାଚୋରି ର ୨ଟି ମାମଲା ରୁଜୁ ହେବାସହ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏଭଳି ପିଲାଚୋରି ଆତଙ୍କ ଜାରି ରହିଛି।

ରାୟଗଡ଼ା ଏସଡିପିଓ ରାଜ କିଶୋର ଦାସ ଙ୍କ ସୂଚନାନୁଯାୟୀ । ଏହି ଦୁଇ ଜଣ ବ୍ୟକ୍ତି ପିଲା ଚୋରି କରିବାକୁ ଆସିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହି ଦୁଇ ଜଣ ବ୍ୟକ୍ତିଙ୍କ ଘର ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି। ପୋଲିସ ଘଟଣାର ୨ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Leave a comment