ଚିକିତ୍ସାର ନାଁ ଗନ୍ଧ ନାହିଁ, ଡାକ୍ତରଖାନାରେ ଡାକ୍ତର ମଦ ପିଇ ଘୋର ନିଶାରେ

0

ପୁଣି କ୍ୟାମେରା ଆଗରେ ଧରାପଡିଲେ ମଦୁଆ ଡାକ୍ତର। ନିଶା ନିଦ୍ରାରେ ଡାକ୍ତର ବାବୁ। ଏ ଦୃଶ୍ୟ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, ହେଲେ ଡାକ୍ତର ବାବୁ ନିଘୋଡ ନିଦରେ। ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ ସାହୁ। ମଦ ନିଶାରେ ଏତେ ଚୁର୍ ଯେ, ଡାକ୍ତର ବାବୁ ଆଉଟଡୋର୍ ଟେବୁଲରେ ଶୋଇ ପଡିଛନ୍ତି। କ୍ୟାମେରା ଦେଖି ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ଡାକ୍ତର ହୋସ୍‌ରେ ଥିଲେ ସିନା ଉଠିବେ। ତେବେ କିଛି ସମୟ ପରେ ଆଉ ଜଣେ ଡାକ୍ତର ମଦୁଆ ଡାକ୍ତରଙ୍କୁ ଉଠାଇବା ସହ ରୋଗୀଙ୍କ ଚିକିତ୍ସା କରିଥିଲେ। ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ହେଲେ ମଦ ପିଇ ରୋଗୀ ସେବା କରୁଥିବା ଏପରି କିଛି ଡାକ୍ତରଙ୍କ ପାଇଁ ଲୋକଙ୍କ ଭରସା ତୁଟିବାକୁ ବସିଲାଣି। କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ପୋଲିସକୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚା ଆସିଥିଲେ।

Leave a comment