ଡାକଘରେ ସିବିଆଇ ରେଡ୍, ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର
ରାଉରକେଲା ମୁଖ୍ୟ ଡାକଘରେ ସିବିଆଇ ରେଡ୍ । ସିବିଆଇ ଜାଲରେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର । ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡିଲେ ରାଉରକେଲା ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ।
୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ଜଣେ ଆକାଉଣ୍ଟ ହୋଲଡରଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଥିଲେ । ତେବେ ସେ ଜଣେ ଦଲାଲ ଜରିଆରେ ଏହି ଲାଞ୍ଚ ନେଉଥିଲେ । ଘଟମାରେ ସଂପୃକ୍ତ ଥିବା ଦଲାଲକୁ ବି ଗିରଫ କରିଛି ସିବିଆଇ ।
ସୂଚନାଥାଉକି, ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବା ବେଳେ ସହକାରୀ ପୋଷ୍ଟ ମାଷ୍ଟର ଓ ଏଜେଣ୍ଟଙ୍କୁ ଗିରଫ କରିଛନ୍ତି । ଏହାସହ ସିବିଆଇ ଏହି ଦୁଇ ଜଣଙ୍କ ବାସଭବନ ଉପରେ ଚଢ଼ାଉ ଜାରି ରଖିଛି।