ବିଜେପିରୁ ଇସ୍ତଫା ଦେଲେ ଭୃଗୁ ବକ୍ସିପାତ୍ର

0

ବିଜେପିରୁ ଇସ୍ତଫା ଦେଲେ ଭୃଗୁ ବକ୍ସିପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର । ୨୦୧୯ରେ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିଲେ । ହେଲେ ଚଳିତ ଥର ତାଙ୍କୁ ଟିକେଟ ଦେଇନି ଦଳ ।

ଇସ୍ତଫା ଦେବା ପରେ ସେ କହିଛନ୍ତି ୨୩ ବର୍ଷ ଧରି ଦଳରେ ନିଷ୍ଠାପର ଭାବେ କାମ କରିଥିଲେ । ଏବେ ମୋର ଆବଶ୍ୟକତା ମନେ କଲାନି ଦଳ । ସେଥିପାଇଁ ଦଳ ଛାଡିବାକୁ ବାଧ୍ୟହେଲି । ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ ପାଇଁ କାମ କରିବି । ଆଗକୁ ବି ଲୋକଙ୍କ ସେବା କରିବି । ତେବେ ଇସ୍ତଫା ଦେବା ପରେ ସେ କେଉଁ ଦଳକୁ ଯିବେ ସ୍ପଷ୍ଟ ହୋଇନି।

Leave a comment