ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ବର ସମେତ ୯ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି। ଏଭଳି ଦୁର୍ଘଟଣା ଘଟିଛି ରାଜସ୍ଥାନର କୋଟାରେ । ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । ଗତକାଲି ରାତିରେ ଗାଡିଟି ବରବାଡା ଠାରୁ ଉଜୈନ ଯାଉଥିବା ବେଳେ ସେହି ସମୟରେ ନାୟାପୁରା କଲଭର୍ଟର ଚାମ୍ବଲ ନଦୀରେ ଗାଡିଟି ଖସିପଡିଥିଲା ।

ଏହି ଦୁର୍ଘଟଣାରେ ବର ସମେତ ୯ଜଣ ଲୋକ ଥିଲେ। ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ଘଟଣାକୁ କେନ୍ଦ୍ର କରି ପୋଲିସ କହିଛି କି, ସକାଳ ପ୍ରାୟ ୮.୩୦ ସମୟରେ ଏକ କାର ନଦୀରେ ପଡ଼ିଥିବାର ସୂଚନା ମିଳିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। । ଜଣେ ଗୁରୁତର ଆହତ ଥିଲା ହେଲେ ବର୍ତ୍ତମାନ ବର ସମେତ ୯ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

Leave a comment