ବିଶ୍ୱ ବୈଷ୍ଣବ ସମ୍ମିଳନୀର ଉଦ୍ଘାଟନ କଲେ ରାଷ୍ଟ୍ରପତି
ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ମହୋତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ କହିଥିଲେ ଯେ, ସେବା ଆମ ସଂସ୍କୃତିର ମୂଳମନ୍ତ୍ର। ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ହେଉଛି ପରମ ସୌଭାଗ୍ୟ। ଭଗବାନଙ୍କ କୃପାରୁ ବିଭିନ୍ନ ଧର୍ମପୀଠ ଦର୍ଶନର ସୁଯୋଗ ମିଳିଛି। ଜଗତ କଲ୍ୟାଣ ପାଇଁ କାର୍ଯ୍ୟ କରିବା ମହତ୍ତ୍ୱପୂର୍ଣ୍ଣ।
ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ମୀରାଙ୍କ ଭକ୍ତି ସମସ୍ତଙ୍କ ହୃଦୟକୁ ଛୁଇଁଛି। ଭକ୍ତିରେ ପରାକାଷ୍ଠା ରହିଲେ ସ୍ଵୟଂ ଭଗବାନ ପାଖକୁ ଆସିଥାନ୍ତି। ଭକ୍ତିର ଧାରା ଦେଶ ଛାଡ଼ି ବିଦେଶକୁ ମଧ୍ୟ ପ୍ରବାହିତ ହୋଇଛି। ପ୍ରଭୁ ଶ୍ରୀଚୈତନ୍ୟଙ୍କ ଭକ୍ତି ତାର ନିଚ୍ଛକ ଉଦାହରଣ। ସବୁ ଧର୍ମ ଓ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲେ ଶ୍ରୀଚୈତନ୍ୟ। ବିଦେଶରେ ମଧ୍ୟ ଶ୍ରୀଚୈତନ୍ୟଙ୍କ ଅସଂଖ୍ୟ ଭକ୍ତ ଅଛନ୍ତି। ସେବା ଭାବ ଆମ ସଂସ୍କୃତିର ମୂଳମନ୍ତ୍ର। ଦେଶରେ କରୋନା ଯୋଦ୍ଧାଙ୍କ ଅବଦାନ ପ୍ରଶଂସନୀୟ।