ସାମ୍ବାଦିକଙ୍କୁ ମାଡ଼ : ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ପର୍ଯାୟ ନିର୍ବାଚନ ଚାଲିଥିବା ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା. ଏ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ରାଜ୍ୟର ବରିଷ୍ଠ ସାମ୍ବାଦିକମାନେ । ବିଭିନ୍ନ ବୁଥ୍‌ରେ ସାମ୍ବାଦିକମାନେ ସଙ୍ଗବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ । ସନ୍ଧ୍ୟା ସୁଦ୍ଧା ଆକ୍ରମଣ କାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡ଼ା ଦଫା ଲଗାଇବାକୁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ ମାନେ ।
ଯାଜପୁର, ନୟାଗଡ଼ ଓ କଣାସରେ ପଞ୍ଚାୟତ ଭୋଟ ଗ୍ରହଣ ବେଳେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହାକୁ ନେଇ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି । ବାରମ୍ବାର ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ସେପଟେ ରାଜ୍ୟ ନିର୍ବାଚନ କମିଶନ ସମ୍ପୃକ୍ତ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a comment