ଗିରଫ ହେବେ ଜୁବିନ୍ ନୌଟିୟାଲ !

0

ହିନ୍ଦୀ ଫିଲ୍ମ ଜଗତର ସବୁଠାରୁ ଦମାଦର ସିଙ୍ଗରଙ୍କ ବିଷୟରେ ଯେତେବେଳେ ଚର୍ଚ୍ଚା ହୁଏ ତାଙ୍କ ଭିତରେ ଜୁବିନ୍ ନୌଟିୟାଲଙ୍କ ନାଁ ରହିଥାଏ। ଜୁବିନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ। ଏହା ଭିତରେ ଜୁବିନ୍ ନୌଟିୟାଲଙ୍କୁ ନେଇ ବଡ ଖବର ସାମନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ ଜୁବିନ ନୌଟିୟାଲଙ୍କୁ ଗିରଫ କରିବାକୁ ଦାବି କରାଯାଉଛି।

ସେଥିପାଇଁ ଟ୍ବିଟରରେ #ArrestJubinNautiyal ଟ୍ରେଣ୍ଡ କରୁଛି। ଏହା ପଛର କାରଣ ହେଉଛି ଜୁବିନଙ୍କୁ ଜୟ ସିଂହ ନାମ ବ୍ୟକ୍ତିଙ୍କର ମ୍ୟୁଜିକ କନସର୍ଟ କରିବାର ଥିଲା। ଜୟ ସିଂହ ଆଉ କେହି ନୁହେଁ ଭାରତର ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ କ୍ରିମିନାଲ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ ଜୁବିନ୍‌ଙ୍କ ଅପକମିଂ ମ୍ୟୁଜିକ କନସର୍ଟର ଏକ ପୋଷ୍ଟର ସାମନାକୁ ଆସିଛି। ଏହି ପୋଷ୍ଟରରେ ଶୋ’ର ଯିଏ ଅର୍ଗାନାଇଜର ଅଛନ୍ତି, ତାଙ୍କର ନାଁ ଜୟ ସିଂହ ଲେଖା ଅଛି। ଏହି ବ୍ୟକ୍ତିକୁ ନେଇ ସବୁ ବିବାଦ ଆରମ୍ଭ ହୋଇଛି। ବହୁ ସୋସିଆଲ ମିଡିଆ ୟୁଜରଙ୍କ ପକ୍ଷରୁ ଦାବି କରାଯାଉଛି, ଜୟ ସିଂହ ନାମ ଏହି ବ୍ୟକ୍ତି ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ କ୍ରିମିନାଲ। ୟୁଜର୍ସ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ଅନେକ ୟୁଜର ଦାବି କରିଛନ୍ତି, ଜୟ ସିଂହର ପ୍ରକୃତ ନାଁ ରେହାନ ସିଦ୍ଧକି। କୁହାଯାଉଛି ଯେ, ଜୟ ସିଂହ ନାମକ ଏହି ବ୍ୟକ୍ତି ଡ୍ରଗ୍ସ କାରବାରଠାରୁ ନେଇ ଆତଙ୍କବାଦୀ ସଂଗଠନ ସହିତ ଜଡିତ ରହିଛି। ପୋଲିସ ତାକୁ ୩୦ ବର୍ଷ ହେବ ଖୋଜୁଛି। ଏଭଳି ସ୍ଥିତିରେ ସେହି ବ୍ୟକ୍ତିର ମ୍ୟୁଜିକ କନସର୍ଟ କରିବା କାରଣରୁ ଜୁବିନଙ୍କ ନାମରେ ଟ୍ବିଟରରେ #ArrestJubinNautiyal ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି।

Leave a comment