ପୁଣି ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ସମସ୍ତ ରୋଗୀ ସୁରକ୍ଷିତ
ବାରିପଦା ସ୍ଥିତ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ। ଭୋର୍ ଚାରିଟା ସମୟରେ ହସ୍ପିଟାଲର ଦ୍ଵିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲର ଦ୍ଵିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା।
ଖବର ପାଇ ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ତେବେ ହସ୍ପିଟାଲର ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି। ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି।