ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରୁ ରାଗିଂ ଅଭିଯୋଗ
ପୁଣି ଫେରିଲା ରାଗିଂ ରୋଗ । ଅନେକ ସଚେତନତା ତଥା ଦଣ୍ଡବିଧାନ ସତ୍ତ୍ୱେ ପିଲାଙ୍କ ମୁଣ୍ଡରେ ବୁଦ୍ଧି ପଶୁନି । ଏବେ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରୁ ରାଗିଂ ଅଭିଯୋଗ ଆସିଚି । କଲେଜର ଡିନ ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ପୁରୀ ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ଅନୁସାରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ପ୍ରଥମ ବର୍ଷର ଛାତ୍ରଙ୍କ ନିଶ ଦାଢିକୁ କାଟି ଦେବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପ୍ରଥମ ବର୍ଷର ଛାତ୍ର ଜଣକ କଲେଜ ଡିନଙ୍କୁ ଅଭିଯୋଗ ଦେବା ପରେ କଥା ଆଣ୍ଟି ରାଗିଂ କମିଟି ଯାଇଥିଲା। ପରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ।