ପୁରୀରେ ପ୍ରଥମ: ‘ଆଶୀର୍ବାଦ’ ଯୋଜନାରେ ୧୧୭ ଜଣ ପିଲାଙ୍କ ଆକାଉଣ୍ଟ୍‌କୁ ଗଲା ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ପୁରୀ ଜିଲ୍ଲାର ୧୧୭ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସଦଭାବନା ଗୃହରେ ଆୟୋଜିତ ଏକ ସମାରୋହରେ ସହାୟତା ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ୧୮ ବର୍ଷ ବୟସ ଯାଏ ମାସିକ ୨୫ ଶହ ଟଙ୍କା ଓ ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୫ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି ।
ସେପଟେ ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ଅଧିକ ଶିଶୁ ପ୍ରଭାବିତ ହେବ। ଆଶଙ୍କାରେ ପୁରୀ ଜିଲ୍ଲାରେ ଆଇସିୟୁ ସଂଖ୍ୟା ବଢ଼ାଯିବା ସହ ଟେଷ୍ଟିଙ୍ଗକୁ ବ୍ୟାପକ କରାଯିବ । ଘର ଘର ବୁଲି ସର୍ଭେ ସହ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a comment