ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍ ଘୋଷଣା, ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ

ପୁଣିଥରେ ମିଳିଲା ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ

0

ଲୋକସଭା ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ତାଙ୍କ ଟିମ୍‌ର ଘୋଷଣା କରିଛନ୍ତି। ଶନିବାର ନଡ୍ଡା ଦଳର କେନ୍ଦ୍ରୀୟ ପଦାଧିକାରୀଙ୍କ ସୂଚୀ ଜାରି କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ନୂଆ ଏବଂ ପୁରୁଣା ଚେହେରାଙ୍କୁ ସାମିଲ କରାଯାଇଛି। ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ଦିଆଯାଇଛି।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ୩୮ଜଣିଆ ନୂଆ ଟିମ୍‌ରେ ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଓଡିଶାରୁ ବୈଜୟନ୍ତ ପଣ୍ଡା ପୁଣି ସ୍ଥାନ ପାଇଛନ୍ତି। ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ସେହିଭଳି ଦଳର କିଛି ନେତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ନଡ୍ଡା । ଉତ୍ତରପ୍ରଦେଶରୁ ସାଂସଦ ଥିବା ଅରୁଣ ସିଂ, ସାଂସଦ ରାଧାମୋହନ ଅଗ୍ରୱାଲ, ମଧ୍ୟପ୍ରଦେଶରୁ କୈଳାଶ ବିଜୟବର୍ଗୀୟ, ରାଜସ୍ଥାନରୁ ସୁନୀଲ ବଂଶଲଙ୍କ ସହ ବିଏଲ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ନଡ୍ଡା ।

କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ପୁଅ ଅରୁଣ ଆଣ୍ଟୋନୀଙ୍କୁ ରାଷ୍ଟ୍ରୀୟ ସଚିବ କରାଯାଇଛି। ଆଣ୍ଟୋନୀ କିଛି ସମୟ ପୂର୍ବରୁ ଦଳରେ ସାମିଲ ହୋଇଥିଲେ। ଗୋରଖପୁରର ପୂର୍ବତନ ବିଧାୟକ ରାଧା ମୋହନ ଅଗ୍ରଓ୍ବାଲଙ୍କୁ କେନ୍ଦ୍ରୀୟ ଟିମ୍‌ର ଏଣ୍ଟ୍ରି ଦେଇ ୟୁପି ରାଜନୀତିକୁ ବଡ଼ ବାର୍ତ୍ତା ଦେଇଛନ୍ତି। ୨୦୨୨ ରେ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯାଇନଥିଲା, କିନ୍ତୁ ଏବେ ତାଙ୍କୁ ରାଷ୍ଟ୍ରୀୟ ଟିମ୍‌ରେ ସ୍ଥାନ ଦିଆଯାଇଛି।

Leave a comment