ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଓ ବେଲପତ୍ର ଚଢ଼ାଯିବାର କ’ଣ ରହିଛି ମହତ୍ୱ ?

0

ଭୋଳାନାଥ ଙ୍କ ପାଇଁ ସୋମବାର ଦିନ ର ଖୁବ୍ ମହତ୍ତ୍ଵ ରହିଛି । ଏହିଦିନ ପ୍ରାୟ ସମସ୍ତେ ମହାଦେବଙ୍କ ର ବିଶେଷ ପୂଜାର୍ଚ୍ଚନା କରି ଥାଆନ୍ତି । କିନ୍ତୁ ଶ୍ରାବଣ ମାସଟି ମହାଦେବଙ୍କ ର ଖୁବ୍ ପ୍ରିୟ ଅଟେ । ଏହି ମାସଟି ର ଖୁବ୍ ମହତ୍ତ୍ଵ ରହିଛି । ଶ୍ରାବଣ ମାସରେ କାଉଡ଼ିଆ ମାନେ ପାଣି ନେଇ ଭୋଳାନାଥ ଙ୍କୁ ଜଳାଭିଷେକ କରି ଥାଆନ୍ତି । କିନ୍ତୁ ଏହି ଜଳାଭିଷେକ କରାଯିବାର ମଧ୍ୟ ବିଶେଷ ମହତ୍ତ୍ଵ ରହିଛି । ଆସନ୍ତୁ ଜାଣିବା ଶ୍ରାବଣ ମାସ ସୋମବାର ଦିନ ଭୋଳା ଶଙ୍କର ଙ୍କୁ ଜଳାଭିଷେକ ଓ ବେଲପତ୍ର ଚଢ଼ାଯିବାର କଣ ମହତ୍ତ୍ଵ ରହିଛି ।

– ଶ୍ରାବଣ ମାସ ସୋମବାର ଦିନ ଯଦି ଜଳାଭିଷେକ କରାଯିବା ସହ ବେଲ ପତ୍ର ଅର୍ପଣ କରାଗଲେ ଜୀବନରୁ ଶତ୍ରୁ ମାନଙ୍କର କ୍ଷୟ ହୋଇଥାଏ ।

-ମାନ୍ୟତା ରହିଛି ଯେ ଯଦି କୌଣସି ଶବ ବେଲ ଗଛ ଛାଇ ତଳ ଦେଇ ଯାଇଥାଏ ତେବେ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେଣୁ ଜୀବନରେ ମୋକ୍ଷ ଲାଭ କରିବା ପାଇଁ ସୋମବାର ଦିନ ଜଳାଭିଷେକ ଓ ବେଲପତ୍ର ଭୋଳାନାଥ ଙ୍କୁ ଅର୍ପଣ କରିବା ଉଚିତ୍ ।

– ବେଲପତ୍ର ସାଧାରଣତଃ ତ୍ରିସାଖା ହୋଇଥାଏ । କିନ୍ତୁ ଯଦି ଆମକୁ ୪,୫,୬ କିମ୍ବା ୭ଶାଖା ବିଶିଷ୍ଟ ବେଲପତ୍ର ମିଳିଥାଏ , ତେବେ ଏହାକୁ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଆପଣ ଭାଗ୍ୟ ଶାଳୀ ହେବେ ଓ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଅନନ୍ତ ଗୁଣ ଆନନ୍ଦ ଲାଭ କରିବେ ।

– ଶ୍ରାବଣ ମାସରେ ସୋମବାର ଦିନ ବେଲ ଗଛ ନିକଟରେ ସକାଳେ ଓ ସନ୍ଧ୍ୟାରେ ଘିଅ ଦ୍ଵିପ ଅର୍ପଣ କରିବା ଦ୍ୱାରା ପାପ ର ନାସ ହୋଇଥାଏ ।

-ଜଳାଭିଷେକ ସହିତ ଏହିଦିନ ବିଶେଷ ଭାବରେ ଶିବଙ୍କୁ ଦୂର୍ଦ୍ଦୁରା ଫୁଲ ବେଲ ପତ୍ର ଭୋଳାନାଥ ଙ୍କୁ ଅର୍ପଣ କଲେ ନିଃସନ୍ତାନ ବ୍ୟକ୍ତି ସନ୍ତାନ ଲାଭ କରିଥାଏ ।

 

Leave a comment