ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

0

ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ । ମାର୍କେଟରେ ଉଠାଦୋକାନୀମାନେ ଜୋର ଜବରଦସ୍ତ ବସୁଛନ୍ତି । ପ୍ରତିବାଦ କଲେ ସେମାନେ ନାଲି ଆଖି ଦେଖାଉଛନ୍ତି । ଏହି ସଂଘ ଏକତ୍ରିତ ହୋଇ ସୋମବାର ମାର୍କେଟ ସମେତ ମେୟର୍‌ ଓ କମିଶନରଙ୍କ ଘର ଆଗରେ ଧାରଣା ଦେବେ ।

ସେମାନଙ୍କୁ ଉଚ୍ଛେଦ ବଦଳରେ ବିଏମ୍‌ସି ବସାଉଥିବା ନେଇ ସଂଘ ସଭାପତି ପ୍ରଦ୍ୟୁମ୍ନ ଜେନା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ୫୯ ଜଣ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି । ପ୍ରାୟ ୩୨୦ରୁ ଅଧିକ ଉଠାଦୋକାନୀ ମାର୍କେଟ ବିଲ୍ଡିଂ ଭିତରେ ବସୁଛନ୍ତି । ଫଳରେ ଅନ୍ୟ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି । ତେଣୁ ସେମାନଙ୍କୁ ତୁରନ୍ତ ହଟାଇବାରୁ ସଂଘ ଦାବି କରିଛି । ଆସନ୍ତାକାଲି ସୁଦ୍ଧା ନ ହଟିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଧମକ ଦେଇଛି ସଂଘ ।

Leave a comment