ଶସ୍ତା ହେଲା ସିଏନଜି ଓ ପିଏନଜି

0

କମିଲା ସିଏନଜି ଓ ପ୍ରାକୃତିକ ଗ୍ୟାସ ଦର । ସିଏନଜି ୮ଟଙ୍କା ୧୩ ପଇସା ଓ ପିଏନଜି ୫ ଟଙ୍କା ୬ ପଇସା ହ୍ରାସ କଲା ଏଟିଜିଏଲ୍ । ଭାରତ ସରକାରଙ୍କ ନୂଆ ଗ୍ୟାସ ଦର ନିର୍ଦ୍ଧାରଣ ଫର୍ମୁଲା ଆଧାରରେ ପରିବର୍ତ୍ତନ ହୋଇଛି । ‘ଏଟିଜିଏଲ୍‌’ କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ସ୍ବାଗତ କରି କହିଛି, ଉପଭୋକ୍ତାମାନଙ୍କୁ ପ୍ରାଧାନ୍ୟ ଦେବା ନୀତିନିୟମ ଅନୁସାରେ, ଭାରତ ସରକାରଙ୍କଦ୍ବାରା ଘୋଷିତ ‘ନୂତନ ଗ୍ୟାସ୍‌ ମୂଲ୍ୟ ଗାଇଡ୍‌ଲାଇନ୍‌’ ଜରିଆରେ ବହୁସଂଖ୍ୟକ ‘ପିଏନ୍‌ଜି’ ଓ ‘ସିଏନ୍‌ଜି’ ଗ୍ରାହକଙ୍କୁ ଉପକୃତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ।

Leave a comment