କାହିଁକି ଏବେ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀଳ ଜ୍ୟାକେଟ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ନିଜର ପୋଷାକ ପରିଧାନ ଏବଂ ଜ୍ୟାକେଟ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏଥର ମଧ୍ୟ ସେ ଏକ ଖାସ୍ ପ୍ରକାରର ଜ୍ୟାକେଟ୍ ପିନ୍ଧିଥିଲେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କହି ରଖୁଛୁ ଯେ ପିଏମ୍ ମୋଦି ଆଜି ସଂସଦରେ ଯେଉଁ ଜ୍ୟାକେଟ୍ ପିନ୍ଧି ପହଞ୍ଚିଥିଲେ, ତାହାକୁ ୨୮ଟି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବୋତଲରୁ ତିଆରି କରାଯାଇଛି।
ସଂସଦର ବଜେଟ୍ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ପ୍ରକାରର ଜ୍ୟାକେଟ୍ ପିନ୍ଧିଥିବା ନଜର ଆସିଥିଲେ। ମୋଦି ବୁଧବାର ସଂସଦରେ ନୀଳ ରଙ୍ଗର ଏହି ଜ୍ୟାକେଟ୍ ପିନ୍ଧିଥିବାର ଦେଖାଯାଇଥିଲେ। ଜ୍ୟାକେଟ୍କୁ ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ରିସାଇକେଲ କରାଯାଇ ତିଆରି କରାଯାଇଛି।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ବାଙ୍ଗାଲୋରରେ ଇଣ୍ଡିଆ ଏନର୍ଜି ଓ୍ଵିକ୍ରେ ପିଏମ୍ଙ୍କୁ ଏହି ଜ୍ୟାକେଟ୍ ଭେଟି ଦେଇଥିଲା। ସୂଚନାଥାଉ କି, ଇଣ୍ଡିଆନ ଅଏଲ୍ କର୍ପୋରେସନ ପ୍ରତିବର୍ଷ ୧୦ କୋଟି ବୋତଲକୁ ପୁନର୍ବ୍ୟବହାରଯୋଗ୍ୟ କରିବ, ଯେଉଁଥିରୁ ସଶସ୍ତ୍ର ବାହିନୀଙ୍କ ପାଇଁ ମଧ୍ୟ ବର୍ଦ୍ଦି ତିଆରି କରାଯିବ।