ବର୍ଷ ଆରମ୍ଭରୁ ରାଜଧାନୀରେ ବୁଲିଲା ଖଣ୍ଡା

0

ବର୍ଷ ଆରମ୍ଭରୁ ରାଜଧାନୀରେ ବୁଲିଲା ଖଣ୍ଡା । ପତିଆର ଜାହିର କରିବାକୁ ନୂଆବର୍ଷରେ ଖଣ୍ଡା ଧରି ଆତଙ୍କ ରଚିଲେ ଦୁର୍ବୁତ୍ତ । ସିସିଟିଭିରେ କଏଦ ହେଲା ଭଙ୍ଗାରୁଜା ଚିତ୍ର। ଘଟଣା ଘଟିଛି ନୟାପଲ୍ଲୀ ଥାନା ଭୋଇ ସାହିରେ। ନୂଆ ବର୍ଷ ପାଳନକୁ ନେଇ ଦୁଇ ସହି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ କ୍ଲବ ସଦସ୍ୟ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାର ଆପୋଷ ସମାଧାନ କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଘଟଣା ପୁଣି ଉଗ୍ରରୂପ ଧାରଣ କରିଥିଲା । ୧୫ରୁ ୨୦ ଯୁବକ ମାରଣାସ୍ତ୍ର ଧରି ସାହିରେ ଆତଙ୍କ ଖେଳାଇଥିଲେ । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଥିଲା । ରାଜଧାନୀର ଉତ୍ପାତ ମଚାଇଥିବା ଏହି ଅସାମାଜିକ ଯୁବକମାନଙ୍କ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Leave a comment