ଏଥର ଛୁଟିଦିନରେ ଲୋକସେବା ଭବନ ପୁଷ୍ପ ଉଦ୍ୟାନର ମଜ୍ଜା ନେବେ ସର୍ବସାଧାରଣ

0

ଛୁଟିଦିନରେ ଲୋକସେବା ଭବନ ପୁଷ୍ପ ଉଦ୍ୟାନର ମଜ୍ଜା ନେଇ ପାରିବେ ସର୍ବସାଧାରଣ । ଜାନୁଆରୀ ମାସରେ ସମସ୍ତ ଛୁଟିଦିନ ଲୋକଙ୍କ ପାଇଁ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲ ରହିବ । ସର୍ବସାଧାଣ ଛୁଟିଦିନରେ ଅପରାହ୍ଣ ୪ଟାରୁ ୬ଟା ଯାଏ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ପାରିବେ ।

୨୦୨୩ ଜାନୁଆରୀ ମାସରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।

ଚଳିତ ମାସରେ ରବିବାର, ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ୮ଟି ଛୁଟିଦିନରେ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ ।

ଆଜି ନୂଆବର୍ଷରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ । ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରିଛି ।

Leave a comment