୨୫ ରେ କରିବି ଖୁଲାସା, ଭାରତରେ ରାହୁଲ ଦେଖେଇ ପାରିବେନି ମୁହଁ : ଶ୍ରୀକାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସ ରୁ ବିଦା ହୋଇଥିଲେ ଶ୍ରୀକାନ୍ତ ଓ ସଗରିଆ । ଆଜି ସକାଳ ହେବାର ଅପେକ୍ଷାରେ ସାରା ରାତି ଆଖିରୁ ନିଦ ହଜିଯାଇଥିଲା ଶ୍ରୀକାନ୍ତଙ୍କର । ସକାଳ ହୋଇଚିକି ନାହିଁ ଡାକିଲେ ସାମ୍ବାଦିକ ସମ୍ବିଳନୀ । ମନ ଇଚ୍ଛା ବର୍ଷିଲେ ପିସିସି ସଭାପତି ନିରଞ୍ଜନଙ୍କ ଉପରେ । ଏହାସହ ୨୫ତାରିଖ ଓଡିଶା ଗ୍ରସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ଦେଇଛନ୍ତି ଚେତାବନୀ । ସେ ଖୋଲାଖୋଲି କହିଛନ୍ତି ଆସନ୍ତା ୨୫ରେ ରାହୁଲଙ୍କ ଓଡିଶା ଗସ୍ତ ସମୟରେ ବଡ ଖୁଲାସା କରିବେ । ଏହି ଖୁଲାସା ପରେ ରାହୁଲ ସାରା ଭାରତବର୍ଷରେ ମୁହଁ ଦେଖାଇ ପାରିବେ ନାହିଁ ବୋଲି କହିଛନ୍ତି ଶ୍ରୀକାନ୍ତ । ଶ୍ରୀକାନ୍ତ ଆହୁରି ମଧ୍ୟ କହିଥିଲେ ଗତ ୪୦ ବର୍ଷର ରାଜନୈତିକ କ୍ୟାରିଅର ତାଙ୍କ ନାମରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ । ଯଦି ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେବେ । ପଟ୍ଟନାୟକ ପରିବାରକୁ ମୁଁ ମୂଳପୋଛ କରିଦେବି । ଏଥର ମୋର ହେବ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ । ଏହିପରି କିଛି ଦୃଢ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗତକାଲି ରାତିରେ କଂଗ୍ରେସରୁ ବିତାଡିତ ଶ୍ରୀକାନ୍ତ । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।