ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ

0

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ ଅଫିସରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଚଳିତ ବର୍ଷ ପାସ୍ ହାର ରହିଛି ୯୦.୫୫ ପ୍ରତିଶତ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୬ ହଜାର ୮୧୮ ପିଲା । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥର ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି ।

ଏଥର ୨ ଲକ୍ଷ ୫୬ ହଜାର ୮୭୭ ପୁଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ୮୮.୭୭ ପ୍ରତିଶତ । ସେହିଭଳି ୨ ଲକ୍ଷ ୬୦ ହଜାର ୯୭୦ ଝିଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ୯୨.୩୭ ପ୍ରତିଶତ ରହିଛି । ଏ୧ ଗ୍ରେଡରେ ୮୧୧୯ ଛାତ୍ରଛାତ୍ରୀ , ଏ୨ ଗ୍ରେଡରେ ୫୪ ହଜାର ୮୮୯, ବି୧ ଗ୍ରେଡରେ ୧ ଲକ୍ଷ ୨୦ ହଜାର ୩୧୨, ବି୨ ଗ୍ରେଡରେ ୧ ଲକ୍ଷ ୪୨ ହଜାର ୫୯୯ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଲକାନଗିରି ୨ଟି, ଅନୁଗୁଳ ଗୋଟିଏ ସ୍କୁଲରେ ଜିରୋ ରେଜଲ୍ଟ ରହିଛି ।

ଛାତ୍ରଛାତ୍ରୀମାନେ bseodisha.ac.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ। ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ। ଏଥିସହ ଆପଣ OR (10) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ SMS କଲେ ଆପଣ ପରୀକ୍ଷା ଫଳ ପାଇପାରିବେ।

Leave a comment